ନାଲି ବିନ୍ଦୁ
ରଜପର୍ବରେ ଜୀ ସାର୍ଥକ ନାରିତ୍ଵକୁ ପାଳନ କରୁଛି। ନାଲି ବିନ୍ଦୁ ଏକ ସଚେତନତା ମୂଳକ ଅଭିଯାନ ଯାହାକି ଜୀ ସାର୍ଥକ ଦ୍ଵାରା କରାଯାଇଛି । ମାସିକ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ମହିଳାଙ୍କୁ ଶିକ୍ଷିତ କରିବା ସହ ଏହି ବିଷୟରେ ଥିବା ସମସ୍ତ ଅଭ୍ୟାସକୁ ମନେ ରଖିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ନାଲି ବିନ୍ଦୁ ହେଉଛି ଲାଲ ଟିକିଲିର ଏକ ପ୍ରତୀକାତ୍ମକ ଚିତ୍ର ଯାହାକି ଭାରତୀୟ ନାରୀଙ୍କର ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରେ। ଏହି ଅଭିଯାନ ମାଧ୍ୟମରେ ଆମେ ସର୍ବାଧିକ ଭାରତୀୟ ମହିଳା ମାନଙ୍କ ପାଖକୁ ମାସିକ ଋତୁସ୍ରାବ ସ୍ୱଚ୍ଛତା ଜନିତ ସମସ୍ତ ପ୍ରଶ୍ନର ଉତ୍ତର ପହଞ୍ଚାଇବାକୁ ଚେଷ୍ଟା କରିବୁ । ଆମେ, ଭାରତୀୟ ମହିଳା ମାନଙ୍କୁ ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମର ଏକ ଅଂଶ ହେବ ପାଇଁ ଆମନ୍ତ୍ରଣ କରୁଛୁ ଏବଂ ସେହି ମହିଳା ମାନଙ୍କର ସହଯୋଗ କାମନା କରୁଛୁ ଯେଉଁମାନେ କି ମାସିକ ଋତୁସ୍ରାବ ସମ୍ପର୍କରେ ଆମ ରକ୍ଷଣ ଶୀଳ ସମାଜରେ କଥା ହେବା ପାଇଁ ଡରନ୍ତି ।